ନିରମା ୱାଶିଂଗ ପାଉଡର ର ପ୍ୟାକେଟ ଉପରେ ଥିବା ଧଳା ଫ୍ରକରେ ଥିବା ଛୋଟ ଝିଅଟି କିଏ ?? ଜାଣିଲେ କାନ୍ଦି ପକେଇବେ ଆପଣ

ଟିଭିରେ କୌଣସି ଫିଲ୍ମ ବା ସିରିୟଲକୁ ଦେଖିବାକୁ ବସି ଯାଆନ୍ତି ତେବେ ବିଜ୍ଞାପନର ସମୁଦ୍ର ଆସିଯାଏ । ବୁଝି ହୁଏ ନାହିଁ କି ସିରିୟଲ କିମ୍ବା ଫିଲ୍ମ ଦେଖିବାକୁ ବସିଛୁ ନା ବିଜ୍ଞାପନ । କିନ୍ତୁ ଯଦି ୯୦ ଦଶକ ସମୟ କଥା ମନେ ପକାଇବେ, ସେତେବେଳେ ଟିଭି ରେ ଏତେ ବିଜ୍ଞାପନ ଆସୁ ନଥିଲା କିନ୍ତୁ ଯେଉଁ ବିଜ୍ଞାପନ ଆସୁଥିଲା ଆଜି ବି ଲୋକମାନଙ୍କ ହୁର୍ଦୟ ଏବଂ ମୁଣ୍ଡରେ ସେହି ବିଜ୍ଞାପନ ଛପି ରହି ଯାଇଅଛି ।ଆପଣ ୱାଶିଂଗ ପାଉଡର ନିରମା ର ସେହି ବିଜ୍ଞାପନ ତ ଦେଖି ଥିବେ ଯାହାର ପାକେଟରେ ଏକ ଧଳା ଫ୍ରକ ପିନ୍ଧିଥିବା ଗୋଟିଏ ଝିଅ ଆସୁ ଥିଲା ।ଏହି ବିଜ୍ଞାପନର ନାମ ଶୁଣିଲେ ଗୀତ ମନେ ପଡି ଯାଏ “ନିରମା ୱାଶିଂଗ ପାଉଡର ନିରମା, ଦୂଧ ସୀ ସଫେଦୀ ନିରମା ସେ ଆୟେ…।” ଆଜି ଆମେ ଏହି ବିଜ୍ଞାପନ ବିଷୟରେ ଆପଣଙ୍କୁ କିଛି ଏମିତି କଥା କହିବୁ ଯାହାକୁ ପଢି ଆପଣଙ୍କ ଆଖିରୁ ଲୁହ ଆସି ଯିବ । କଣ ଆପଣ ଜାଣିଛନ୍ତି ନିରମା ର ପାକେଟରେ ଏହି ଝିଅ କିଏ ? ଚାଲନ୍ତୁ ଆମେ କହୁଛୁ । ଗୁଜୁରାଟ ର କରସନ ଭାଇ ୧୯୬୯ ରେ ନିରମା ୱାଶିଂଗ ପାଉଡର ର ଆରମ୍ଭ କରିଥିଲେ ।କରସନ ଭାଇଙ୍କର ନିରୁପମା ନାମକ ଗୋଟିଏ ଝିଅ ଥିଲା, ଯାହାକୁ ସେ ବହୁତ ଭଲ ପାଉଥିଲେ ଏବଂ ପ୍ରେମରେ ନିରମା ଡାକୁଥିଲେ । ସେ ଗୋଟିଏ କ୍ଷଣ ବି ନିଜ ଝିଅକୁ ନ ଦେଖି ରହି ପାରୁ ନଥିଲେ ।ସମୟର ଖେଳ ଦେଖନ୍ତୁ ଗୋଟିଏ ଦୁର୍ଘଟଣା ରେ ନିରମା ର ଜୀବନ ଚାଲିଗଲା । ଝିଅର ମୁର୍ତ୍ୟୁରେ କରସନ ଭାଇ ପୁରା ପୁରୀ ଭାଙ୍ଗି ପଡିଲେ । କିନ୍ତୁ ସେ ସାହାସ କରି ନିରମା ୱାଶିଂଗ ପାଉଡର ର ନିର୍ମାଣ କରିଲେ ଏବଂ ତାଙ୍କ ଝିଅଙ୍କର ଫଟୋ ସେହି ପ୍ୟାକେଟରେ ଦେଲେ । ସରକାରୀ ଚାକିରି କରୁଥିବା କରସନ ଭାଇ ନିଜେ ସାଇକେଲରେ ବୁଲି ବୁଲି ନିରମା ୱାଶିଂଗ ପାଉଡର ବିକ୍ରି କରୁଥିଲେ । ତାଙ୍କର ଗୋଟିଏ ସ୍ଵପ୍ନ ଥିଲା କି ତାଙ୍କ ଝିଅଙ୍କ ନାମରେ ବାହାରି ଥିବା ନିରମା ୱାଶିଂଗ ପାଉଡର ପୁରା ଦେଶରେ ପ୍ରସିଦ୍ଧ ହେଉ ।