ଶରଧାବାଲିରେ ତାଳଧ୍ୱଜ ଓ ଦର୍ପଦଳନ ; ଗଡ଼ୁଛି ନନ୍ଦିଘୋଷ | Taladhwaja and Darpadalana on the Saradhabali; Nandighosa is rolling forward.
Odisha
oi-Oneindia Staff
ଚାଲିଛି ଶ୍ରୀଜୀଉଙ୍କ ରଥଟଣା। ଘଣ୍ଟ, ହରିବୋଲ ଓ ହୁଳହୁଳିରେ କମ୍ପୁଛି ବଡଦାଣ୍ଡ। ଶରଧାବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପଦଳନ। ଏବେ ଶରଧାବାଲି ଅଭିମୁଖେ ନନ୍ଦିଘୋଷ। ଘଣ୍ଟ, ହରିବୋଲ ଓ ହୁଳହୁଳିରେ କମ୍ପୁଛି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ଶରଣରେ ଭକ୍ତ ନିଜକୁ ସମର୍ପି ଦେଉଛନ୍ତି।

ଆସନ୍ତାକାଲି ହେବ ଶ୍ରୀଜୀଉମାନଙ୍କ ଆଡପମଣ୍ଡପ ବିଜେ। ଏବେ ଚାଲିଛି ରଥଟଣା। ଲୀଳାମୟ ଜବତରନାଥ, ଭାବବତ୍ସଳ ଭାବଗ୍ରାହୀ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି। ତାଙ୍କ ଚକାନୟନକୁ ଦେଖି ଭକ୍ତ କୃତ କୃତ ହେଉଛନ୍ତି।