୯୦ ବର୍ଷ ବୟସରେ ବି ଥମିନି ସଂଘର୍ଷ! ନାହାନ୍ତି ପରିବାର, ନାହିଁ ପରିଚୟପତ୍ର; ଭୋକ ମେଣ୍ଟାଇବାକୁ ଜଙ୍ଗଲରେ କରୁଛନ୍ତି ପରିଶ୍ରମ
ହେମଗିର, ସୁନ୍ଦରଗଡ଼: ବୟସ ପ୍ରାୟ ୯୦ ବର୍ଷ। ଜୀବନର ଅପରାହ୍ନରେ ଯେଉଁ ସମୟରେ ମଣିଷ ନିଜ ପରିବାର ଓ ସମାଜର ସ୍ନେହ, ସହଯୋଗ ଏବଂ ଯତ୍ନ ପାଇବା କଥା, ସେହି ସମୟରେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ଗୋବିନ୍ଦ ଛତ୍ରିଆ।
ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ଝାରପଲମ ଗ୍ରାମପଞ୍ଚାୟତର ଲଟାପାଣି ଗାଁର ବାସିନ୍ଦା ଗୋବିନ୍ଦ ଛତ୍ରିଆଙ୍କର କେହି ପୁଅ, ଝିଅ କିମ୍ବା ନିଜର କୌଣସି ଆତ୍ମୀୟସ୍ୱଜନ ନାହାନ୍ତି। ତାଙ୍କ ପାଖରେ ଆଧାର କାର୍ଡ, ଭୋଟର ପରିଚୟପତ୍ର ଭଳି କୌଣସି ସରକାରୀ ପରିଚୟପତ୍ର ନଥିବାରୁ ସେ ଆଜି ପର୍ଯ୍ୟନ୍ତ ସରକାରୀ ବାର୍ଦ୍ଧକ୍ୟ ଭତ୍ତା କିମ୍ବା ରାସନ ସୁବିଧା ପାଇପାରୁନାହାନ୍ତି ବୋଲି ଜଣାପଡ଼ିଛି।
ସବୁଠାରୁ ହୃଦୟବିଦାରକ କଥା ହେଉଛି, ଏହି ବୟସରେ ମଧ୍ୟ ସେ ଜଙ୍ଗଲ ଭିତରେ କାଠ ସଂଗ୍ରହ କରିବା ଭଳି କଷ୍ଟସାଧ୍ୟ କାମ କରି ନିଜ ପେଟ ପୋଷୁଛନ୍ତି। କେବେ ମାଗିଯାଚି ଖାଉଛନ୍ତି ତ କେବେ କିଛି ନମିଳିଲେ ଭୋକ ଉପାସରେ ରାତି କାଟିବାକୁ ପଡ଼ୁଛି।
ଏହି ଦୃଶ୍ୟ କେବଳ ଜଣେ ବୃଦ୍ଧଙ୍କ ଦୁଃଖର କାହାଣୀ ନୁହେଁ, ବରଂ ଆମ ସାମାଜିକ ବ୍ୟବସ୍ଥା ଓ ସରକାରୀ ଯୋଜନାର ପହଞ୍ଚ ଉପରେ ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ।
ଆଜି ଯୁବକ ସାଥୀ Mahesh Kishan Umesh Padhan ଆହୁରି ଅନ୍ୟାନ୍ୟ ସାର ମାନଙ୍କ ସାହଯ୍ୟ ରେ ରାସନ ସାମଗ୍ରୀ ଓ ଗରମ କପଡା ଯୋଗାଇ ଦେବା ସହ ସେ କିପରି ସରକାରୀ ସହାୟତା ପାଇ ପାରିବେ ତାର ପ୍ରୟାସ ଚାଲିଛି
ମୁଖ୍ୟ ପୃଷ୍ଠା / ଜିଲ୍ଲା
ଜୀବନର ଶେଷ ପାହାଚରେ ବି ସଂଘର୍ଷ! ଅସହାୟ ବୃଦ୍ଧଙ୍କ ପାଖରେ ପହଞ୍ଚିଲେ ଯୁବକ, ବଢ଼ାଇଲେ ସହାୟତାର ହାତ!

